ଆପଣଙ୍କ ଡ୍ରାଇରିଂ ଲାଇସେନ୍ସରେ ଲିଙ୍କ କରିନାହାଁନ୍ତିକି ଆଧାର କାର୍ଡ , ଜାଣନ୍ତୁ ଘରେ ବସି କିପରି କରିବେ ଲିଙ୍କ
ନୂଆଦିଲ୍ଲୀ : ଆଜିକାଲି ଆଧାର କାର୍ଡ ଭାରତରେ ଏକ ଗୁରୁତ୍ବପୂର୍ଣ୍ଣ ପରିଚୟପତ୍ର ଭାବେ କାର୍ଯ୍ୟ କରୁଛି । ପ୍ୟାନ କାର୍ଡ ହେଉ ଅବା ବ୍ୟାଙ୍କ ଆକାଉଣ୍ଟ ଅଥବା ଡ୍ରାଇରିଂ ଲାଇସେନ୍ସ ସବୁଥିରେ ଲିଙ୍କ କରିବାକୁ ହେଉଛି ଆଧାର କାର୍ଡ । ସଡ଼କ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଖସିପଳାଉଥିବା ଡ୍ରାଇଭରମାନଙ୍କର ଚିହ୍ନଟ ଏବଂ ଜାଲିଆତିକୁ ରୋକିବା ପାଇଁ ଡ୍ରାଇରିଂ ଲାଇସେନ୍ସ ସହ ଆଧାର କାର୍ଡର ଲିଙ୍କ ବର୍ତ୍ତମାନ ବାଧ୍ୟତାମୂଳକ କରାଯାଇଛି । ଏହା ମାଧ୍ୟମରେ ଡ୍ରାଇଭର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଅନଲାଇନରେ ଉପଲବ୍ଧ ହେବ । ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ଡ୍ରାଫ୍ଟ ଆଦେଶ ଅନୁଯାୟୀ , ଯେଉଁମାନେ ପୋର୍ଟାଲ ମାଧ୍ୟମରେ ଯୋଗାଯୋଗହୀନ ସେବା ପାଇବାକୁ ଇଚ୍ଛୁକ , ସେମାନଙ୍କୁ ଆଧାର କାର୍ଡ ଲିଙ୍କ କରିବାକୁ ହେବ । ତେବେ ଆପଣଙ୍କ ଆଧାର କାର୍ଡ ଡ୍ରାଇରିଂ ଲାଇସେନ୍ସ ସହ ଲିଙ୍କୁ ହୋଇନାହିଁ କି ? ଆପଣଙ୍କ ଡ୍ରାଇରିଂ ଲାଇସେନ୍ସ ସହିତ ଆଧାର କାର୍ଡ ଲିଙ୍କ୍ କରିବାକୁ ଚାହୁଁଛନ୍ତି କି ? ବ୍ୟସ୍ତ ହୁଅନ୍ତୁ ନାହିଁ , ଆମେ ଆପଣଙ୍କୁ ଜଣାଇବୁ ଘରେ ବସି କିପରି ପାଇବେ ଏହି ସୁବିଧା । ଡ୍ରାଇରିଂ ଲାଇସେନ୍ସକୁ ଆଧାର ସହିତ ଯୋଡିବାକୁ ହେଲେ ଆପଣଙ୍କୁ ରାଜ୍ୟ ପରିବହନ ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ପଡିବ । ଡଜାଣି ରଖନ୍ତୁ , ଆଧାର ସହିତ ଡ୍ରାଇରିଂ ଲାଇସେନ୍ସ ଲିଙ୍କ କରିବା ବ୍ୟତୀତ ପରିବହନ ମନ୍ତ୍ରଣାଳୟ ମଧ୍ୟ ଅନ୍ୟ କେତେକ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ଯାହା ଅଧୀନରେ ବର୍ତ୍ତମାନ HSRP ନମ୍ବର ପ୍ଲେଟ୍ ଲଗାଇବା କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାଧ୍ୟମରେ ଗାଡି ଚୋରି ଏବଂ ଠକେଇକୁ ରୋକାଯାଇପାରିବ । ଯେଉଁ ଗାଡିଗୁଡିକର ନମ୍ବର ପ୍ଲେଟ୍ ୦ କିମ୍ବା 1 ର ଶେଷରେ ଅଛି , ଏହାକୁ 15 ଜୁଲାଇ 2021 ସୁଦ୍ଧା ସ୍ଥାପନ କରିବା ଆବଶ୍ୟକ ହେବ । ଦୁଇ ଚକିଆ ଯାନ ଏବଂ କାର ମାଲିକଙ୍କୁ ଏଥିପାଇଁ ପରିବହନ ବିଭାଗର ୱେବସାଇଟ୍ ପରିଦର୍ଶନ କରିବାକୁ ପଡିବ । କିନ୍ତି ଏହି ଦୁଇଟି ସେବାର ପ୍ରକ୍ରିୟା ଭିନ୍ନ ଭିନ୍ନ । ତଥାପି , ପ୍ରାୟ ପ୍ରତ୍ୟେକ ରାଜ୍ୟ ପାଇଁ ମୌଳିକ ପ୍ରକ୍ରିୟା ସମାନ ରହିଛି ।
ଡ୍ରାଇରିଂ ଲାଇସେନ୍ସ ସହିତ ଆଧାରକୁ ସଂଯୋଗ କରିବାର ଉପାୟ ... ସୋପାନ
1 : ରାଜ୍ୟ ସଡ଼କ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ | ସୋପାନ
2 : ବର୍ତ୍ତମାନ ' ଲିଙ୍କୁ ଆଧାର ' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ । ସୋପାନ
3 : ଡ୍ରପ୍ ଡାଉନ୍ ମେନୁରୁ " ଡ୍ରାଇରିଂ ଲାଇସେନ୍ସ " ଚୟନ କରନ୍ତୁ । ସୋପାନ
4 : ଡ୍ରାଇରିଂ ଲାଇସେନ୍ସ ନମ୍ବର ପ୍ରବେଶ କରନ୍ତୁ ଏବଂ ' ସବିଶେଷ ତଥ୍ୟ ଉପରେ କ୍ଲିକ୍ କରନ୍ତୁ । ସୋପାନ
5 : 12 ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ । ସୋପାନ
6 : ପ୍ରକ୍ରିୟା ସମାପ୍ତ କରିବାକୁ ' ସବମିଟ୍ ' ବଟନ୍ ଉପରେ କ୍ଲିକ୍ କରନ୍ତୁ | ସୋପାନ
7 : ପଞ୍ଜୀକୃତ ମୋବାଇଲରେ ଏକ OTP ମିଳିବ । OTP ପ୍ରବେଶ କରନ୍ତୁ । ଏହାପରେ ସବମିଟ୍ କରି ଆପଣ ନିଜ ଆଧାର କାର୍ଡକୁ ଡ୍ରାଇରିଂ ଲାଇସେନ୍ସ ସହ ଅତି ସହଜରେ ଲିଙ୍କ କରିପାରିବେ ।