ମାର୍ଚ୍ଚ ମାସରେ କରିନିଅନ୍ତୁ ବ୍ୟାକ୍ସ ରିଟଣ୍ଡି ଏବଂ ପାକାର୍ଡ ସହିତ ଜଡ଼ିତ ଏହି ୪ଟି କାର୍ଯ୍ୟ , ନଚେତ୍ ଦେଇପାରନ୍ତ ଫାଇନ୍

ମାର୍ଚ୍ଚ ମାସରେ କରିନିଅନ୍ତୁ ବ୍ୟାକ୍ସ ରିଟଣ୍ଡି ଏବଂ ପାକାର୍ଡ ସହିତ ଜଡ଼ିତ ଏହି ୪ଟି କାର୍ଯ୍ୟ , ନଚେତ୍ ଦେଇପାରନ୍ତ ଫାଇନ୍


ନୂଆଦିଲ୍ଲୀ , ୧୩ / ୦୩ : ଚଳିତ ମାସ ୩୧ ତାରିଖରେ ୨୦୨୦ - ୨୧ ଆର୍ଥିକ ବର୍ଷ ଶେଷ ହେଉଛି ଏବଂ ଏପ୍ରିଲ୍ ୧ ତାରିଖରୁ ୨୦୨୧ - ୨୨ ଆର୍ଥିକ ବର୍ଷର ଆରମ୍ଭ ହେଉଛି । ଏହି ସମୟ ସୀମା ଭିତରେ କରଦାତାଙ୍କୁ ସୁନିଶ୍ଚିତ କରିବାକୁ ହେବ ଯେ , ନିଜର କରି ବା କୁ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ୩୧ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି । ଜରାମାନାରୁ ବର୍ତ୍ତିବା ପାଇଁ କରଦାତାଙ୍କୁ ଏହି ମାସରେ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅପଡେଟ୍ କରିବାକୁ ହେବ । ୩୧ ମାର୍ଚ୍ଚ ମଧ୍ୟରେ ଆପଣଙ୍କୁ ଆଇଟିଆର୍ ବା ଆୟକର ରିଟର୍ଷ , ପାକାର୍ଡ , ଆଧାର କାର୍ଡ ଆଦି ସହିତ ଜଡ଼ିତ ବାକି ରହିଯାଇଥିବା କିଛି କାମ ସାରିବାକୁ ପଡ଼ିବ । ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ ... ବ୍ୟାଙ୍କ ରିଟର୍ଣ୍ଣ ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ କରଦାତାଙ୍କୁ ନିଜର ସଂଶୋଧୂତ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡ଼ିବ ।

ଏହି ତାରିଖ ପରେ ଯଦି କେହି ଆୟକର ରିଟର୍ଣ୍ଣ ଫାଇଲ୍ କରେ ତେବେ ତାକୁ ବିଲେଟେଡ୍ ରିଟର୍ଣ୍ଣ କୁହାଯାଏ । ଯଦି ପୂର୍ବରୁ ଆୟକର ଦିଆ ସରିଛି ଏବଂ ଏଥିରେ କିଛି ଭୁଲ୍ ଅଛି ତେବେ ପୁଣିଥରେ ରିଟର୍ଣ୍ଣ ଫାଇ ଅପଡେଟ୍ କରିବାକୁ ପଡ଼ିବ । ଯାହାକୁ କି ରିଭାଇଡ୍ ରିଟର୍ଣ୍ଣ ବୋଲି କୁହାଯାଏ । ଏଥିପାଇଁ ଆପଣଙ୍କୁ ଜରିମାନା ଭରିବାକୁ ପଡ଼ିବ । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ସମ୍ପର୍କିତ କାର୍ଯ୍ୟ କରିନିଅନ୍ତୁ । ପାନ୍ ସମ୍ବନ୍ଧୀୟ ଆୟକର ବିଭାଗ ଆଧାର ସହିତ ପାକାର୍ଡ ଲିଙ୍କ କରିବା ବାଧ୍ୟତା ମୂଳକ କରିଛନ୍ତି । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯଦି ଏହା ଲିଙ୍କ କରି ନାହାନ୍ତି ତେବେ ଶୀଘ୍ର କରିନିଅନ୍ତୁ । ସିବିଡିଟି ଏହାର ସମୟ ସୀମାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆପଣ ଏହା ନକଲେ ନିୟମ ଅନୁସାରେ ୧୦ , ୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । ଏଥିସହିତ ସମୟ ପୂର୍ବରୁ ଏହି ସମ୍ବନ୍ଧୀୟ ବିଭିନ୍ନ ଦରକାରୀ କାର୍ଯ୍ୟ କରିନିଅନ୍ତୁ । ଯାହାକି ଆପଣଙ୍କୁ ଜରିମାନା ଭରିବାରୁ ମୁକ୍ତି ଦେଇପାରିବ