e-SHRAM ପୋର୍ଟାଲରେ ଶ୍ରମିକଙ୍କୁ ରୋଜଗାର ସହିତ ମିଳିବ ଅନେକ ଫାଇଦା, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ୍
ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଅସଙ୍ଗଠିତ ଶ୍ରମିକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକ ଜାତୀୟ ଡାଟାବେସ୍ ଲଞ୍ଚ କରିଛନ୍ତି । ମୋଦୀ ସରକାର e-SHRAM ପୋର୍ଟାଲ ବିକଶିତ କରିଛନ୍ତି, ଯେଉଁଥିରେ ସେମାନଙ୍କ ଆଧାର କାର୍ଡ ସହ ସଂଯୁକ୍ତ କରାଯିବ । ଦେଶରେ ୩୮ କୋଟିରୁ ଅଧିକ ଅସଙ୍ଗଠିତ ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ ହେବେ ।
ପଞ୍ଜୀକରଣ ପରେ ଶ୍ରମିକମାନଙ୍କୁ ଏକ ସ୍ୱତନ୍ତ୍ର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ୟୁଏଏନ ସହିତ ଏକ e-SHRAM କାର୍ଡ ପ୍ରଦାନ କରାଯିବ ଏବଂ ସେମାନେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ସୁବିଧା ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ପାଇପାରିବେ । ସେମାନଙ୍କର ରୋଜଗାର ଯୋଗ୍ୟତା ଓ ସାମାଜିକ ସୁରକ୍ଷା ଯୋଜନାର ଲାଭକୁ ବିସ୍ତାର କରିବା ପାଇଁ ଏଥିରେ ନାମ, ବୃତ୍ତି, ଠିକଣା, ଶିକ୍ଷାଗତ ଯୋଗ୍ୟତା, ଦକ୍ଷତା ପ୍ରକାର ଏବଂ ପାରିବାରିକ ବିବରଣୀ ଇତ୍ୟାଦିର ବିବରଣୀ ରହିବ । ପ୍ରବାସୀ ଶ୍ରମିକ, ନିର୍ମାଣ ଶ୍ରମିକ, ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀ ଏବଂ ଅନ୍ୟମାନଙ୍କ ସହିତ ଅସଂଗଠିତ ଶ୍ରମିକମାନଙ୍କର ଏହା ହେଉଛି ପ୍ରଥମ ଜାତୀୟ ଡାଟାବେସ୍ ।
ତେବେ ଆସନ୍ତୁ ଜାଣିବା ଏଥିରେ ରେଜିଷ୍ଟ୍ରେସନ କରିବାର ପ୍ରକ୍ରିୟା..
ଆହୁରି ପଢନ୍ତୁ
ଆହୁରି ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ରାହୁଲ.
Sep 1, 2021
ବାୟୁ ପ୍ରଦୂଷଣ କାରଣରୁ ୪୦ ପ୍ରତିଶତ ଭାରତୀୟଙ୍କ.
Sep 1, 2021
୧. e-SHRAM ପୋର୍ଟାଲରେ ପଞ୍ଜିକରଣ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ eshram.gov.in କୁ ଲଗ୍ ଇନ୍ କରନ୍ତୁ ।
୨. ହୋମପେଜରେ ଥିବା 'Register on e-SHRAM' ଲିଙ୍କରେ କ୍ଲିକ୍ କରନ୍ତୁ ।
୩. ଆଧାର ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ଏବଂ captcha code ଏଣ୍ଟର କରନ୍ତୁ ଏବଂ ଓଟିପି ଉପରେ କ୍ଲିକ୍ କରନ୍ତୁ ।
୪. ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପରେ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ ।
ସମସ୍ତ ପଞ୍ଜୀକୃତ ଅସଂଗଠିତ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନା ମାଧ୍ୟମରେ ଏକ ବର୍ଷ ପାଇଁ ଦୁର୍ଘଟଣା ବୀମା କଭରେଜ୍ ପ୍ରଦାନ କରାଯିବ । ଏଥିପାଇଁ ପଞ୍ଜୀକରଣ ୨୬ ଅଗଷ୍ଟରୁ ଆରମ୍ଭ ହୋଇଛି । ଇ-ଶ୍ରମ ପୋର୍ଟାଲରେ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ରାସ୍ତାଘାଟ ବିକ୍ରେତା, ଘରୋଇ ଶ୍ରମିକ, ଦୁଗ୍ଧଚାଷୀ, ଟ୍ରକ୍ ଡ୍ରାଇଭର, ମତ୍ସ୍ୟଜୀବୀ, କୃଷି ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କୁ ସାମିଲ କରାଯିବ ।
ଇ-ଶ୍ରମ କାର୍ଡ ସମଗ୍ର ଦେଶରେ ଗ୍ରହଣୀୟ ହେବ । ପଞ୍ଜୀକରଣ ପରେ ଶ୍ରମିକ ପିଏମଏସବିୱାଇ ଅଧୀନରେ ଆକସ୍ମିକ ବୀମା କଭର ଏବଂ ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଏବଂ ଆଂଶିକ ଅକ୍ଷମତା ପାଇଁ ୧ ଲକ୍ଷ ଟଙ୍କା ପାଇବେ । ଭବିଷ୍ୟତରେ ଅସଂଗଠିତ ଶ୍ରମିକମାନଙ୍କର ସମସ୍ତ ସାମାଜିକ ସୁରକ୍ଷା ସୁବିଧା ଏହି ପୋର୍ଟାଲ ମାଧ୍ୟମରେ ବଣ୍ଟନ କରାଯିବ । ଜରୁରୀକାଳୀନ ଏବଂ ଜାତୀୟ ମହାମାରୀ ଭଳିି ପରିସ୍ଥିତିରେ ଅସଂଗଠିତ ଶ୍ରମିକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏହି ଡାଟାବେସ୍ ବ୍ୟବହାର କରାଯାଇପାରିବ
.CSCEXPRESS...
ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ମାନଙ୍କ ପାଇଁ ଖୁସିଖବର । ଆଜିଠୁ ଇ-ଶ୍ରମ ପୋର୍ଟାଲରେ ଆରମ୍ଭ ହେବ ପଞ୍ଜିକରଣ, ଡିସେମ୍ବର ୩୧ ସୁଦ୍ଧା ପଞ୍ଜିକରଣ ସାରିବାକୁ ଲକ୍ଷ୍ୟ ।
Thursday, 26 Aug,
କନକ ବ୍ୟୁରୋ : ସମଗ୍ର ଦେଶରେ ଆଜିଠାରୁ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଇ-ଶ୍ରମ ପୋର୍ଟାଲରେ ଶ୍ରମିକମାନେ ନିଜେ ପଞ୍ଜିକରଣ କରାଇ ପାରିବେ। ପଞ୍ଜିକରଣରେ ଟ୍ରକ ଡ୍ରାଇଭର, ଦୁଗ୍ଧଜାତ ସାମଗ୍ରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକ, କୃଷି କାର୍ଯ୍ୟରେ ସାମିଲ ଥିବା ଶ୍ରମିକ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସାମିଲ ହୋଇପାରିବେ।
ପଞ୍ଜିକୃତ ଶ୍ରମିକମାନଙ୍କୁ ଇ-ଶ୍ରମିକ କାର୍ଡ (ୟୁନିଭର୍ସାଲ୍ ଆକାଉଣ୍ଟ ନମ୍ବର) ମିଳିବ ଯାହାଦ୍ବାରା ଜଣେ ଶ୍ରମିକ ଯେକୌଣସି ରାଜ୍ୟରୁ ସାମାଜିକ ସୁରକ୍ଷା ଲାଭ ପାଇ ପାରିବେ। ପଞ୍ଜିକରଣରେ କୌଣସି ପ୍ରକାର ଅସୁବିଧା ହେଲେ ଶ୍ରମିକମାନେ ଟୋଲ୍ ଫ୍ରି ନମ୍ବର ୧୪୪୩୪ ଅଥବା ୧୮୦୦୧୩୭୪୧୫୦ ନମ୍ବରରେ ଫୋନ୍ କରିପାରିବେ।
ଶ୍ରମିକମାନଙ୍କ ପଞ୍ଜିକରଣ ରାଜ୍ୟମାନଙ୍କର ଉଦ୍ୟୋଗ ବିଭାଗ, ଶ୍ରମ ବିଭାଗ ଓ ନଗର ନିଗମ /ମ୍ୟୁନିସିପାଲଟି ମଧ୍ୟ କରାଇବେ ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି। ଶ୍ରମିକମାନଙ୍କ ପଞ୍ଜିକରଣ ପାଇଁ ହେଲ୍ପ୍ ଡେସ୍କ୍ ପ୍ରତିଷ୍ଠା କରାଯିବ ତଥା ପଞ୍ଜିକରଣ କାର୍ଯ୍ୟକୁ ସମସ୍ତ ରାଜ୍ୟ ପ୍ରାଧାନ୍ୟ ଦେବେ। ପଞ୍ଜିକରଣ ପାଇଁ ଶ୍ରମିକମାନଙ୍କର ନାମ ଓ ଠିକଣା, ବ୍ଲଡ୍ ଗ୍ରୁପ୍, ଆଧାର କାର୍ଡ ଏବଂ ସେଥିରେ ସଂଯୋଗ କରାଯାଇଥିବା ମୋବାଇଲ୍ ନମ୍ବର ତଥା ବ୍ୟାଙ୍କ୍ ଜମା ଖାତାର ବିବରଣୀ ଆଦି ଦସ୍ତାବିଜ୍ ଆବଶ୍ୟକ ହେବ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶ୍ରମ ମନ୍ତ୍ରାଳୟଦ୍ୱାରା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ ସଂପର୍କରେ ରାଜ୍ୟମାନଙ୍କର ଶ୍ରମମନ୍ତ୍ରୀ, ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିଚାରବିମର୍ଶ କରଯାଇଛି। ପଞ୍ଜିକରଣ ପ୍ରତି ସଚେତନତା ପାଇଁ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ସଂଖ୍ୟକ (୪୦ କୋଟି ) ପଞ୍ଜିକରଣ କାର୍ଯ୍ୟ ବିଶ୍ୱରେ ଆଜି ପର୍ଯ୍ୟନ୍ତ ହୋଇନାହିଁ। https://cscexpress.blogspot.com