କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ , ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ପାଇଁ ସ୍କଲାରସିପ୍.....

 କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ , ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ପାଇଁ ସ୍କଲାରସିପ୍.... 


ଭୁବନେଶ୍ବର : କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ପାଇଁ ସ୍କଲାରସିପ୍ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୁନରେ ଆରମ୍ଭ ହୋଇଛି ପୁନର୍ବାସ ଯୋଜନା । ପଞ୍ଚମରୁ ଦଶମ ଶ୍ରେଣୀ ଯାଏ ପଢୁଥିବା ପିଲାଙ୍କୁ ମାସକୁ ୮୦୦ ଟଙ୍କା , ଦଶମରୁ ଦ୍ଵାଦଶ ପଢୁଥିଲେ ଏକ ହଜାର , ସ୍ନାତକ ବା । ସ୍ନାତକୋତ୍ତର ପଢୁଥିଲେ ୧୫ ଶହ ଓ ବୃତ୍ତିଗତ ପାଠ ପଢୁଥୁଲେ ମାସକୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର କରିଛନ୍ତି

ଆମନିର୍ଭର କରାଇବା ପାଇଁ ସ୍ଵୟଂ ସହାୟକ ଗୋଷ୍ଠିକୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ହଜାର ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବି କରିବେ ସରକାର । ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନା ବେଶ ସହାୟକ ହେବ ବୋଲି କହିଛନ୍ତି ହିତାଧୁକାରୀ ।