ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ମିଳିବ ୨.୭୫ ଲକ୍ଷ ଟଙ୍କା ! ଆପଣ ମଧ୍ୟ କରିପାରିବେ ଆବେଦନ ! ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା…


ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ମିଳିବ ୨.୭୫ ଲକ୍ଷ ଟଙ୍କା ! ଆପଣ ମଧ୍ୟ କରିପାରିବେ ଆବେଦନ ! ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା…


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ପର୍ଯ୍ୟନ୍ତ ସମସ୍ତଙ୍କୁ ଘର ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନୁଯାୟୀ ସହର ଓ ଗ୍ରାମୀଣ ଅଞ୍ଚଳରେ ଘର ତିଆରି କରିବା ପାଇଁ ସରକାରଙ୍କ ତରଫରୁ ବିତ୍ତୀୟ ସହାୟତା ଯୋଗାଇଦିଆଯାଉଛି । ଏହି ସହାୟତା ଭିନ୍ନ ଭିନ୍ନ ବର୍ଗ ପାଇଁ ଭିନ୍ନ ଭିନ୍ନ ଅଟେ ।

ଏପରି କରନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ...



ଅନଲାଇନ : ଅନଲାଇନ ଆବେଦନ ପାଇଁ ବ୍ୟକ୍ତିକୁ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିବା ପାଇଁ ତାଙ୍କ ନିକଟରେ ବୈଧ ଆଧାର କାର୍ଡ ରହିବା ଉଚିତ ।

ଅଫଲାଇନ : ଲାଭର୍ଥୀ କମନ ସର୍ଭିସ ସେଣ୍ଟର (ସିଏସ୍ସି) ମାଧ୍ୟମରେ ଉପଲବ୍ଧ ଫର୍ମଭରି ଏହି ଯୋଜନା ପାଇଁ ଆପଣ ଆବେଦନ କରିପାରିବେ । ଏହି ଫର୍ମର ମୂଲ୍ୟ ୨୫ ଟଙ୍କା +GST ଅଟେ ।

ଆବେଦନ ପ୍ରକ୍ରିୟା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଯୋଜନା ବିଶେଷ ଭାବେ ଗ୍ରାମୀଣ ଭାରତରେ ରହୁଥିବା ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ପାଇଁ ଆବେଦନ କରିବା ପାଇଁ ସରକାର ମୋବାଇଲ ଆଧାରିତ ଆବାସ ଏପ ପ୍ରସ୍ତୁତ କରିଛନ୍ତି ।

କିପରି କରନ୍ତୁ ଅନଲାଇନ ଆବେଦନ

ଗୁଗଲ ପ୍ଲେ ଷ୍ଟୋରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏପକୁ ଡାଉନଲୋଡ଼ କରନ୍ତୁ ।

ଏହା ପରେ ନିଜ ମୋବାଇଲ ନମ୍ବର ସାହାଯ୍ୟରେ ଏଥିରେ ରେଜିଷ୍ଟ୍ରେସନ କରନ୍ତୁ ।

ଏହି ଏପ ଆପଣଙ୍କ ମୋବାଇଲକୁ ଏକ ୱାନ ଟାଇମ ପାସୱାର୍ଡ (ଓଟିପି) ପଠାଇବ ।

ଓଟିପିରୁ ଲଗଇନ କରିବା ପରେ ଆବଶ୍ୟକ ସୂଚନା ଦିଅନ୍ତୁ ।

କଣ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ (ପିଏମୱାଇ-ଜି) ଆପଣଙ୍କୁ ନିଜ ଘର ନିର୍ମାଣ କରାଇବା ପାଇଁ ଆର୍ଥିକ ଭାବେ ସାହାଯ୍ୟ କରେ । ପିଏମୱାଇଜିରେ ଆପଣ ଛଅଲକ୍ଷ ଟଙ୍କାର ଋଣ ବାର୍ଷିକ ଛଅ ପ୍ରତିଶତ ସୁଧ ଦରରେ ନେଇପାରିବେ । ଯଦି ଆପଣଙ୍କୁ ଘର ତିଆରି କରିବା ପାଇଁ ଏହାରୁ ଅଧିକ ଟଙ୍କା ଆବଶ୍ୟକ ତେବେ ଆପଣଙ୍କୁ ସେହି ଅତିରିକ୍ତ ଟଙ୍କା ସାଧାରଣ ସୁଧଦର ହିସାବରେ ଋଣ ନେବାକୁ ପଡ଼ିବ 

୧) ଆର୍ଥିକ ରୂପେ ଦୁର୍ବଳ ଗର୍ବ (ଇଡବ୍ଲ୍ୟୁଏସ) – ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ପରିବାର ।

୨) ନିମ୍ନ ଆୟ ବର୍ଗ (ଏଲଆଇଜି) – ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ପରିବାର ।

୩) ମଧ୍ୟମ ଆୟ ବର୍ଗ – (ଏମଆଇଜି) ୬ ଲକ୍ଷରୁ ୧୨ ଲକ୍ଷଟଙ୍କା ବାର୍ଷିକ ଆୟ କରୁଥିବା ପରିବାର ।

୪) ମହିଳାମାନେ ଯିଏ ଇଡବ୍ଲ୍ୟୁଏସ ଓ ଏଲଆଇଜି ବର୍ଗ ସହ ସମ୍ବନ୍ଧୀୟ ।

୫) ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ପଛୁଆ ବର୍ଗ (ଓବିସି) ।